logo

Satarka : ରାହୁଲ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିବା ସତ୍ୟପାଠରେ ତାଙ୍କର ୨୦ କୋଟି ଟଙ୍କାରୁ ଅଧିକ ।

Satarka BBSR : କଂଗ୍ରେସ ନେତା ରାହୁଲ ଗାନ୍ଧି ୩ ମେ ଶୁକ୍ରବାର ଉତ୍ତରପ୍ରଦେଶ ରାୟବରେଲୀ ଲୋକସଭା ନିର୍ବାଚନ ମଣ୍ଡଳିରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ରାହୁଲ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିବା ସତ୍ୟପାଠରେ ତାଙ୍କର ୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚଳ ଓ ଅଚଳ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି, ଯେଉଁଥିରେ ୪.୨ ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଳଙ୍କର ମଧ୍ୟ ରହିଛି।କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ରାହୁଲଙ୍କ ନିଜର ଘର ଅଥବା କାର ନଥିବା ଏଥିରେ ସୂଚିତ କରିଛନ୍ତି।

ଆଫିଡେଭିଟ୍ ଅନୁସାରେ ରାହୁଲ ଗାନ୍ଧିଙ୍କ ଚଳନ୍ତି ସମ୍ପତ୍ତିର ମୂଲ୍ୟ ୯କୋଟି ୨୪ ଲକ୍ଷ ୫୯ ହଜାର ୨୬୪ ଟଙ୍କା। ଏଥିରେ ତାଙ୍କର ୪କୋଟି ୩୩ ଲକ୍ଷ ୬୦ ହଜାର ୫୧୯ ଟଙ୍କାର ସେୟାର, ୩କୋଟି ୮୧ଲକ୍ଷ ୩୩ହଜାର ୫୭୨ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ନିବେଶ, ୪ କୋଟି ଟଙ୍କାର ବ୍ୟାଙ୍କ ଜମା, ୨୬ଲକ୍ଷ ୨୫ ହଜାର ୧୫୭ ଟଙ୍କା ଓ ୧୫ଲକ୍ଷ ୨୧ ହଜାର ୭୪୦ ଟଙ୍କାର ଦୁଇଟି ସ୍ୱର୍ଣ୍ଣ ବଣ୍ଡ ରହିଛି। ସେ ୧୧ କୋଟି ୧୫ଲକ୍ଷ ୨ହଜାର ୫୯୮ ଟଙ୍କାର ଅଚଳ ସମ୍ପତ୍ତି ମଧ୍ୟ ଘୋଷଣା କରିଛନ୍ତି।



ଅଚଳ ସମ୍ପତ୍ତିରେ ୯କୋଟି ୪ଲକ୍ଷ ୮୯ ହଜାର ଟଙ୍କାରେ ନିଜେ କ୍ରୟ କରିଥିବା ସମ୍ପତ୍ତି ଓ ୨କୋଟି ୧୦ଲକ୍ଷ ୧୩ ହଜାର ୫୯୮ ଟଙ୍କାର ଉତ୍ତରାଧିକାରରେ ମିଳିଥିବା ସମ୍ପତ୍ତି ରହିଛି। ରାହୁଲ ଗାନ୍ଧି ସୂଚିତ କରିଛନ୍ତି ଯେ ତାଙ୍କ ପାଖରେ ନଗଦ ୫୫ ହଜାର ଟଙ୍କା ଥିବା ବେଳେ ୩୩୩.୩ ଗ୍ରାମ ଓଜନର ସ୍ୱର୍ଣ୍ଣାଳଙ୍କାର ଅଛି। ଏଥିରେ ୧୬୮.୮ ଗ୍ରାମ ସୁନାର ମୂଲ୍ୟ ୪ଲକ୍ଷ ୨୦ ହଜାର ୮୫୦ ଟଙ୍କା ଦର୍ଶାଇଛନ୍ତି। ସେହିପରି ତାଙ୍କର କୌଣସି କାର ଅଥବା ବାହନ ନଥିବା ଦର୍ଶାଇଥିବା ବେଳେ ତାଙ୍କର ନିଜର ଘରଟେ ବି ନାହିଁ। ହେଲେ ତାଙ୍କ ଉପରେ ୪୯ଲକ୍ଷ ୭୯ ହଜାର ୧୮୪ ଟଙ୍କା ଋଣ ଦେନଦାରୀ ଅଛି।

ତାଙ୍କ ଅଚଳ ସମ୍ପତ୍ତିରେ ଦିଲ୍ଲୀ ମହରୌଲିର ସୁଲତାନପୁର ଗାଁରେ ୩.୭୭୮ ଏକର ଚାଷ ଜମି ଅଛି। ଯେଉଁଥିରେ ତାଙ୍କ ଭଉଣୀ ପ୍ରିୟଙ୍କା ୱାଡ୍ରାଙ୍କର ମିଳିତ ମାଲିକାନା ରହିଛି। ଏହା ଛଡା ତାଙ୍କର ସିଗ୍ନେଚର ଟାୱାର୍ସ, ଗୁରୁଗ୍ରାମରେ ୫,୮୩୮ ବର୍ଗଫୁଟର ବାଣିଜ୍ୟିକ ଆପାର୍ଟମେଣ୍ଟ ଅଛି। ଯାହାର ମୂଲ୍ୟ ୯.୦୫କୋଟି ଟଙ୍କା ବୋଲି ସେ ଆକଳନ କରିଛନ୍ତି। ରାହୁଲ ତାଙ୍କ ଆୟର ସ୍ରୋତ ଜଣେ ସାଂସଦ ଭାବେ ମିଳୁଥିବା ବେତନ, ରୟାଲ୍ଟି, ଭଡା, ବଣ୍ଡରୁ ସୁଧ ଓ ମ୍ୟୁଚୁଆଲ ଫଣ୍ଡରୁ ମିଳୁଥିବା ଲାଭ ଭାବେ ଦର୍ଶାଇଛନ୍ତି। ସେ ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୧-୨୨ରେ ତାଙ୍କ ମୋଟ ଆୟର ବିବରଣୀ ଦେଇଛନ୍ତି। ଏହା ଯଥାକ୍ରମେ ୧ କୋଟି ୨ଲକ୍ଷ ୭୮ ହଜାର ୬୮୦ ଟଙ୍କା ଓ ୧ କୋଟି ୩୧ ଲକ୍ଷ ୪ ହଜାର ୯୭୦ ଟଙ୍କା ଥିଲା ବୋଲି ଉଲ୍ଲେଖ କରିଛନ୍ତି।



ସେହିପରି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଭାବେ ରାହୁଲ ଗାନ୍ଧିଙ୍କ ନିକଟରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଏମଫିଲ ଡ୍ରିଗ୍ରି ଓ ରୋଲିଂସ କଲେଜ ଫ୍ଲୋରିଡାରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ ଏହି ଡିଗ୍ରି ତାଙ୍କୁ ରାଉଲ ଭିନସୀ ନାମରେ ମିଳିଛି। ଭିନସି ଇଟାଲୀରେ ସୋନିଆ ଗାନ୍ଧିଙ୍କ ସମ୍ପର୍କିୟଙ୍କ ସାଙ୍ଗିଆ। ରାହୁଲ ତାଙ୍କ ଆଫିଡେଭିଟରେ ତାଙ୍କ ବିରୋଧରେ ସାରା ଦେଶରେ ତାଙ୍କ ବିରୋଧରେ ରୁଜୁ ଥିବା ଅପରାଧିକ ମାମଲାର ବିରଣୀ ମଧ୍ୟ ଦେଇଛନ୍ତି।

ଏଥିରେ ରାହୁଲ ଗାନ୍ଧିଙ୍କ ବିରୋଧରେ ସାରା ଦେଶରେ ୧୮ଟି ମାମଲା ରହିଛି। ଏହା ଛଡା ମୋଦି ସମୂଦାୟଙ୍କ ବିରୋଧରେ କଥିତ ଅପମାନଜନକ ବୟାନ ନିମନ୍ତେ ଆଇପିସିର ଧାରା୪୯୯ ଓ ୫୦୦ରେ ମାନହାନୀ ମାମଲାରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ମାର୍ଚ୍ଚ ୨୦୨୩ରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଦଣ୍ଡାଦେଶ କରିଥିବାର ମଧ୍ୟ ସୂଚିତ କରିଛନ୍ତି। ଏହି ଦଣ୍ଡ ଉପରେ ସୁପ୍ରିମକୋର୍ଟ ୪ ଅଗଷ୍ଟ ୨୦୨୩ରେ ରୋକ ଲଗାଇଥିବାର ସୂଚନା ଦେଇଛନ୍ତି।

8
961 views